32.3 C
Odisha
Saturday, March 7, 2026

ପୃଥିବୀ ସହ ଧକ୍କା ହେବ ଏହି ଗ୍ରହ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ଦେଇଛି ବଡ ଚେତାବନୀ । ଆଜି ଏକ ଖତରନାକ କ୍ଷୁଦ୍ରଗ୍ରହ ବା ଅଷ୍ଟ୍ରଏଡ, ଯାହାର ଚଉଡା ୯୧ ମିଟର , ତାହା ପୃଥିବୀ ନିକଟ ଦେଇ ଗତି କରିବାର ଅଛି । ତେବେ ଖାସ ଏହା ହେଲା କି, ଏହା ଢେର୍ ବିପଦଜନକ ବୋଲି କହିଛି ନାସା । ୨୦୧୩ଡବ୍ଲୁଭି୪୪ ନାମକ ଏହି ବିଶାଳ କ୍ଷୁଦ୍ରଗ୍ରହ ଉପରେ ନାସା ନଜର ରଖିଛି । ଏହାର ବ୍ୟାସ ହେଉଛି ୧୬୦ ମିଟର । ନାସାର ସେଣ୍ଟର ଫର୍ ନିଅର ଆର୍ଥ ଅବଜେକ୍ଟ ଷ୍ଟଡି କହିଚି ଯେ, କ୍ଷୁଦ୍ରଗ୍ରହ ପୃଥିବୀର ୩୦ ଲକ୍ଷ କିଲୋମିଟର ନିକଟରୁ ଗତି କରିବ । ତେବେ ପୃଥିବୀ ଉପରକୁ ଏହାର କିଛି ବିପଦ ନଥିବା କୁହାଯାଇଛି ।
ଅନ୍ତରୀକ୍ଷ ଏଜେନ୍ସି ନାସା, ପ୍ରଥମଥର ୨୦୧୩ରେ ଏହି କ୍ଷୁଦ୍ରଗ୍ରହର ସନ୍ଧାନ କରିଥିଲା । ଟିମ କହିଥିଲା କି, ଏହା ଧ୍ୱନି ଗତି ଠାରୁ ପ୍ରାୟ ୩୪ ଗୁଣା ଅଧିକ ୧୧.୮ କିମି ପ୍ରତି ସେକେଣ୍ଡ ଗତିରେ ଯାତ୍ରା କରୁଛି ।
ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ, ଏହି କ୍ଷୁଦ୍ରଗ୍ରହ ଜୁନ ୨୮ ତାରିଖରେ ପୃଥିବୀର ନିକଟ ଦେଇ ଗତି କରିବ । କହିରଖିବୁ ଯେ, ନାସା ଓ ଅନ୍ୟ ଅନ୍ତରୀକ୍ଷ ଏଜେନ୍ସିଗୁଡିକ ବର୍ତମାନ ଅନ୍ୟ ସମ୍ଭାବିତ ଖତରନାକ ବସ୍ତୁ ଉପରେ ନିଜର ବଜାୟ ରଖିଛନ୍ତି । ଯିଏ ପୃଥିବୀ ଉପରେ ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ