32.3 C
Odisha
Saturday, March 7, 2026

ବଚ୍ଚନ ପରିବାରର ବୋହୂ ହୋଇଥାନ୍ତେ କରିସ୍ମା କପୁର

ବଲିଉଡ ଆକ୍ଟ୍ରେସ କରିସ୍ମା କପୁର ହିନ୍ଦୀ ଇଣ୍ଡଷ୍ଟ୍ରିରେ ଏକ ବଡ ନା । ନିଜର ଦମଦାର ଆକ୍ଟିଂ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କପୁର ଖାନଦାନର ଝିଅ ହେବା ପରେ ବି ନିଜ ଅଭିନୟ ଦକ୍ଷତା ବଳରେ ସେ ନାଁ କମାଇଛନ୍ତି । ଦିନେ ଏ ହିରୋଇନ ଜଣକ ବି ପ୍ରେମରେ ପଡିଥିଲେ । ଆଉ ତାଙ୍କ ପ୍ରେମିକ ଥିଲେ ବିଗ ବି ଅମିତାଭ ବଚନଙ୍କ ପୁଅ ଅଭିଷେକ ବଚନ । ବଲିଉଡର ତମାମ ଲଭ ଷ୍ଟୋରୀ ଭିତରୁ ଗୋଟିଏ ହେଉଛି କରିସ୍ମା କପୁର ଓ ଅଭିଷେକ ବଚନଙ୍କ ଲଭ ଷ୍ଟୋରୀ । ଗୋଟିଏ ସମୟ ଥିଲା ଯେତେବେଲେ କରିସ୍ମା କପୁର ବଚ୍ଚନ ପରିବାରର ବୋହୂ ହେବାକୁ ଯାଉଥିଲେ ।
୨୦୦୨ରେ ବଚନ ଓ କପୁର ପରିବାର ବନ୍ଧୁତ୍ୱ କୁ ସଂପର୍କର ନାଁ ଦେବାକୁ ନିଷ୍ପତି ନେଲେ । ଦୁହିଁଙ୍କ ବିବାହକୁ ନେଇ ପୁରା ହୁଲୁସ୍ତୁଲ ହୋଇଥିଲା ବଲିଉଡ । ୨୦୦୩ ବେଳକୁ କରିସ୍ମା ଓ ଅଭିଷେକଙ୍କ ଫ୍ୟାନ୍ସ ସେମାନଙ୍କ ଗ୍ରାଣ୍ଡ େଓଡିଂ କୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ହେଲେ ହଠାତ ଏ ଦୁହିଁଙ୍କ ସଂପର୍କରେ ଫାଟ ଆସିଥିବା ଖବର ଆସିଲା । ଯାହା ବି-ଟାଉନରେ ସୃଷ୍ଟି କରିଥିଲା ହଇଚଇ । ଏହି କପୁଲ ଦୁହେଁ ଦୁହିଁଙ୍କୁ ପ୍ରାୟ ୫ ବର୍ଷ କାଳ ଡେଟ୍ କରିବା ପରେ ବିବାହ ଯାଏ କଥା ପହଂଚିଥିଲା । ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ସରିଗଲା । ଏମିତିକି ବଚ୍ଚନ ପରିବାର କରିସ୍ମାଙ୍କୁ ନିଜର ବୋହୂ ବୋଲି ସ୍ୱିକାର ମଧ୍ୟ କରି ନେଇଥିଲେ । ହେଲେ ବିବାହ ଯାଏଁ କାମ ପହଂଚିବା ପୂର୍ବରୁ ଏମାନଙ୍କ ସଂପର୍କରେ ସୃଷ୍ଟି ହୋଇଥିଲା ଫାଟ ।
୨୦୦୨ ମସିହାରେ ସୋସିଆଲ ମିଡିଆରେ ଏକ ଭିଡିଓ ଦୃତ ମାତ୍ରାରେ ଭାଇରାଲ ହୋଇଥିଲା । ଯେତେବେଳେ ଏକ ଇଭେଣ୍ଟ ମଧ୍ୟରେ ଜୟା ବଚ୍ଚନ କରିସ୍ମାଙ୍କୁ ହେବାକୁ ଥିବା ବୋହୂ କହି ଷ୍ଟେଜକୁ ଡାକିଥିଲେ । ହେବାକୁ ଥିବା ବୋହୂର ପରିଚୟ ଓ ପରିବାରରେ ସ୍ୱାଗତ କରି ଜୟା କହିଥିଲେ କି, ବଚନ ଓ ନନ୍ଦା ପରିବାର ସହ ଆମ ଫ୍ୟାମିଲି ଗ୍ରୁପରେ ଆଉ ଗୋଟିଏ ପରିବାରର ମୁଁ ସ୍ୱାଗତ କରୁଛି । ଆଉ ତାହା ହେଲା କପୁର୍ସ । ରଣବୀର ଓ ବବିତା କପୁର ଏବଂ ମୋର ହେବାକୁ ଥିବା ବୋହୂ କରିସ୍ମା କପୁର ।
ଆଜି ଯାଏଁ ବି ଜଣାପଡିଲା ନାହିଁ ଯେ, କରିସ୍ମା ଓ ଅଭିଷେକଙ୍କ ସଂପର୍କ ପ୍ରକୃତରେ କେଉଁ କାରଣ ପାଇଁ କାହିଁକି ଭାଙ୍ଗିଗଲା । ତେବେ ମିଡିଆକୁ ମିଳିଥିବା ସୂଚନା ହିସାବରେ, ଅମିତାଭ ଓ ଜୟାଙ୍କ ଝିଅ ଶ୍ୱେତାଙ୍କ ବିବାହ ପରେ କରିସ୍ମା ଓ ଅଭିଷେକଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା । କରିସ୍ମା ବି ବଚନ ପରିବାରର ଏକ କାର୍ଯ୍ୟକ୍ରମରେ କହିଥିଲେ, ଏହି ପରିବାରର ସଦସ୍ୟ ହୋଇ ତାଙ୍କୁ ବହୁତ ଭଲ ଲାଗୁଛି ।
ଏମାନଙ୍କ ସଂପର୍କ ଭାଙ୍ଗିବାର ଅନେକ କାରଣ ସାମ୍ନାକୁ ଆସିଥିଲା ସେ ସମୟରେ । ଏମିତି ବି କୁହାଯାଏ, ସେତେବେଳେ ବଚନ ପରିବାର କୁଆଡେ ଆର୍ଥିକ ଭାବେ ଖରାପ ସମୟ ଦେଇ ଗତି କରୁଥିଲେ । ଅନ୍ୟପଟେ ଝିଅଙ୍କୁ ଏକା ହିଁ ଦେଖାଶୁଣା କରୁଥିବା ବବିତା କପୁର ନିଜ ଝିଅଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଥିଲେ । ସେତେବେଳେ ଅଭିଷେକଙ୍କ ଫିଲ୍ମ କ୍ୟାରିଅର ବି କିଛିି ଖାସ ନଥିଲା ।
୍ଣହଲେ ଦର୍ଶକବନ୍ଧୁ ଏ ଦୁଇ କପୁଲଙ୍କ ପ୍ରେମକାହାଣୀ କାହିଁକି ଅଧୁରା ରହିଲା, ତାର କାରଣ ଯଦି ଆପଣ ଜାଣିଛନ୍ତି , ତେବେ ନିଶ୍ଚୟ କମେଣ୍ଟ କରି ଆମକୁ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ