32.3 C
Odisha
Saturday, March 7, 2026

ଜଣେ ବ୍ୟକ୍ତି କେତେଟା ଆକାଉଣ୍ଟ ଖୋଲିପାରିବେ

ମୋଦି ସରକାର ଆସିବା ପରେ ଦେଶର ଅଧିକାଂଶ ଲୋକଙ୍କ ନିକଟରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ମୋଦି ସରକାର ଜନଧନ ଯୋଜନା ମାଧ୍ୟମରେ ଦେଶର ସବୁ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରୟାସ କରିଛନ୍ତି । ଏକ ରିପୋର୍ଟ ହିସାବରେ, ଦେଶର ୯୫ ପ୍ରତିଶତ ଜନତାଙ୍କ ନିକଟରେ ରହିଛି ବ୍ୟାଙ୍କ ଆକାଉଣ୍ଟ । କିଛିି ଲୋକଙ୍କର ଗୋଟିଏରୁ ବି ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । ତେବେ ଆର୍ଥିକ କାରବାର ପାଇଁ ଜଣେ ବ୍ୟକ୍ତି ନିକଟରେ ବ୍ୟାଙ୍କ ଆକାଉଣ୍ଟ ରହିବା ନିହାତି ଜରୁରୀ । ଏହା ଜରିଆରେ ଆପଣ ସୁରକ୍ଷିତ ଭାବରେ ନେଣଦେଣ କରିପାରିବେ । ଏହାସହ ଆପଣଙ୍କ ଜମା ପୁଂଜି ମଧ୍ୟ ସୁରକ୍ଷିତ ରହିପାରିବ ।
ତେବେ ସାଧାରଣ ଭାବେ ଆପଣ ଜାଣିଥିବେ ଜଣେ ବ୍ୟକ୍ତିଙ୍କର ଅନେକ ବ୍ୟାଙ୍କରେ ଆକାଉଣ୍ଟ ରହିଥାଏ । ହେଲେ ଆପଣ ଜାଣିଛନ୍ତି, ଜଣେ ସାଧାରଣ ମଣିଷ ନିକଟରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଥାଇପାରେ ।
ତା ପୂର୍ବରୁ ଆମେ କହିବାକୁ ଚାହିଁବୁ ଯେ, ବ୍ୟାଙ୍କ ଆକାଉଣ୍ଟ ବିଭିନ୍ନ ପ୍ରକାରର ରହିଥାଏ । ଯେମିତିକି ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସାଲାରୀ ଆକାଉଣ୍ଟ ଓ ଜଏଣ୍ଟ ଆକାଉଣ୍ଟ ଇତ୍ୟାଦି । ଏମିତିରେ ଲୋକଙ୍କ ପାଖରେ ଥାଏ ସେଭିଂ ଆକାଉଣ୍ଟ । ଯାହାର ଉଦେଶ୍ୟ ସେଭିଂ କରିବା । ଏଥିରେ ବ୍ୟାଙ୍କ ସୁଧ ମଧ୍ୟ ମିଳେ ।
ବ୍ୟବସାୟ କରୁଥିବା ଲୋକେ ଖୋଲିଥାନ୍ତି କରେଣ୍ଟ ଆକାଉଣ୍ଟ । ଏସବୁ ଆକାଉଣ୍ଟରେ ନେଣଦେଣ ପ୍ରକ୍ରିୟା ବେଶିମାତ୍ରାରେ ଚାଲେ । ସେହିପରି ସାଲାରୀ ଆକାଉଣ୍ଟ ସେମାନଙ୍କର ରହିଥାଏ, ଯାହାରା ମାସ ଶେଷକୁ ଆକାଉଣ୍ଟକୁ ଆସିଥାଏ ଦରମା । ଯଦି ପ୍ରତି ମାସରେ ଆପଣଙ୍କର ଦରମା ଆସୁଛି ତେବେ, ଏହି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ କରିବା ନିହାତି ଜରୁରୀ । ଲଗାତର ୩ ମାସ ଯାଏଁ ସାଲାରୀ ନ ଆସିଲେ, ଏହି ଆକାଉଣ୍ଟ ସେଭିଂ ଆକାଉଣ୍ଟରେ ପରିବର୍ତନ ହୋଇଯାଏ । ଚାକିରୀ ବଦଳାଇବା ସମୟରେ ଏହାକୁ ଆପଣ ଚାହିଁଲେ ବନ୍ଦ କରିପାରିବେ ।
୍ଣସହିପରି ଜଏଣ୍ଟ ଆକାଉଣ୍ଟ, ଦୁଇ କିମ୍ବା ଅଧିକ ବିଜନେସ ପାର୍ଟନର କିମ୍ବା ସ୍ୱାମୀ ସ୍ତ୍ରୀ ଖୋଲିପାରିବେ । ଅନେକ ଦୃଷ୍ଟି କୋଣରୁ ଏହା ଲାଭଦାୟକ ବୋଲି କୁହାଯାଏ । ଜଏଣ୍ଟ ଆକାଉଣ୍ଟ ପାଇଁ ଆର୍ଥିକ ସ୍ଥିତି ସନ୍ତୁଳିତ ରହିଥାଏ । ଏଭଳି ଆକାଉଣ୍ଟରେ ସେଭିଂ କରିବା, ସେଭିଂ ଆକାଉଣ୍ଟ ତୁଳନାରେ ଅଧିକ ସହଜ ଥାଏ ।
ତାହେଲେ ଜଣେ ବ୍ୟକ୍ତି କେତେଟା ଆକାଉଣ୍ଟ ଖୋଲିପାରିବ ଏବେ ଆସନ୍ତୁ ଜାଣିବା । ଜଣେ ବ୍ୟକ୍ତି ଚାହିଁଲେ ଯେତେ ବି ଆକାଉଣ୍ଟ ଖୋଲିପାରିବେ । ଏହାର କୌଣସି ନିୟମ କିମ୍ବା ଲିମିଟ୍ ନାହିଁ । ନିଜ ଆବଶ୍ୟକତା ହିସାବରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲା ଯାଇପାରେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ