35.4 C
Odisha
Saturday, March 7, 2026

ଭୂତଙ୍କ ହେଉଛି ପୂଜା

ଦର୍ଶକବନ୍ଧୁ ଗାଁ ସହ ଜଡିତ ଅନେକପ୍ରକାର ଲୋକକଥା ଆପଣମାନେ ଶୁଣିଥିବେ । ଗାଁ ମାନଙ୍କରେ ରହିଥାଏ ବିଭିନ୍ନ ପ୍ରକାର ମାନ୍ୟତା । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ସମସ୍ତେ ଟାକୁ ପୂଜା କରନ୍ତି । ହେଲେ ଏମିତି ଏକ ଗାଁ ରହିଚି, ଯେଉଁଠି ଲୋକେ କିଛି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଠାକୁର ନୁହେଁ ବରହଂ ଭୂତମାନଙ୍କର କରନ୍ତି ପୂଜାର୍ଚ୍ଚନା । ଏ ଖବର ଶୁଣି ନିହାତି ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟି କିନ୍ତୁ ସଂପୂର୍ଣ୍ଣ ଭାବେ ସତ୍ୟ । ଆଉ ଖାସ କତା ହେଲା, ଆମ ଭାରତର ଏକ ରାଜ୍ୟରେ ହିଁ ଏଭଳି ଗାଁ ରହିଚି । ଝାଡଖଣ୍ଡ ରାଜଧାନୀ ରାଂଚୀ ଠାରୁ ପ୍ରାୟ ୪୦ କିମି ଦୂର ଖୁଣ୍ଟୀ ଜିଲ୍ଲାରେ ରହିଛି ଏହି ଭୂତ ଗାଁ । ଏଠାରେ ଘର ବାହାରେ ନିର୍ମାଣ ହୋଇଚି କବର ସ୍ଥାନ ଏବଂ ସେ ଗୁଡିକ ହେଲା ଭୂତଙ୍କ କବ୍ର ସ୍ଥାନ । ଯାହାକୁ ଲୋକେ ସବୁବେଳେ ପୂଜା କରନ୍ତି । ସ୍ଥାନୀୟ ଲୋକେ କୁହନ୍ତି, କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭୂତଙ୍କ ପୂଜା ବିନା ତାହା ଅଧୁରା ରହିଥାଏ ।
ତେବେ ସେହି ଗାଁ ରେ ପ୍ରାୟ ୩୦୦ରୁ ଅଧିକ ଘର ରହିଛି ଓ ଘର ବାହାରେ ରହିଚି ଗୋଟିଏ କବର । ବାସ୍ତବରେ ତଚାହା ହେଉଚି ସେମାନଙ୍କ ପୂର୍ବଜଙ୍କ କବ୍ର । ଯାହାକୁ ସ୍ଥାନୀୟ ଲୋକେ ଭୂତ କୁହନ୍ତି । ଏହି ନାଁ ରେ ଗାଁ ର ନାମ ବି ରହିଛି । ବାସ୍ତବରେ ଆଦିବାସୀ ସଂପ୍ରଦାୟରେ ଇଶ୍ୱର, ପ୍ରଭୁ କିମ୍ବା ଦେବତାଙ୍କୁ ଭୂତ କୁହାଯାଏ ଏବଂ ସମାନେ ନିଜ ପୂର୍ବଜଙ୍କୁ ନିଜର ଈଶ୍ୱର ବୋଲି ମାନନ୍ତି । ଆଉ ସେମାନଙ୍କର ପୂଜା ମଧ୍ୟ କରନ୍ତି ।
ବର୍ଷକ ମଧ୍ୟରେ ଯେତେପ୍ରକାର ଶୁଭ କାର୍ଯ୍ୟ ହୁଏ, ଯେମିତିକି ପିଲାଙ୍କ ମୁଣ୍ଡନ କାର୍ଯ୍ୟ ହେଉ କିମ୍ବା ଜନ୍ମଦିନ, ଏମିତିକି ଛୋଟ ଛୋଟ ପୂଜା ବି ହେଉ ନା କାହିଁକି, ସବୁଥିରେ ଭୂତଙ୍କ ପୂଜା କରାଯାଏ । ଶୁଭ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପୂର୍ବଜଙ୍କ ଆଶୀର୍ବାଦ ନିଅନ୍ତି ଗାଁ ଲୋକେ । ଏମିତି କଲେ ପୁରା ଗାଁ ଉପରେ ଆଶୀର୍ବାଦ ବଜାୟ ରହିଥାଏ ବୋଲି ସେମାନଙ୍କର ବିଶ୍ୱାସ । ଏମିତି ସୁଖ ସମୃଦ୍ଧି ବୃଦ୍ଧି ହୁଏ ।
ତେବେ ଏଭଳି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଯେତେବେଲେ କାହାର ଦେହାନ୍ତ ହୁଏ, ତାଙ୍କ ନାମରେ କବ୍ର କରାଯାଏ ଘର ବାହାରେ । ସେହି କବର ଉପରେ ସଂପୃକ୍ତ ମୃତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ଲିଖିତ ଥାଏ ।
ତେବେ ସେମାନଙ୍କ କହିବା ହିସାବରେ, ଗ୍ରାମବାସୀ ଏମିତି ଏତିପାଇଁ କରନ୍ତି, ଯାହାଦ୍ୱାରା ସେମାନଙ୍କ ପୂର୍ବଜଙ୍କ ସ୍ମୃତି ସର୍ବଦା ମନେ ରହିବ ଏବଂ ସେମାନଙ୍କୁ ସମ୍ମାନ ମିଳିପାରିବ । ଯାହାର ସେ ହକଦାର । କାରଣ ଗ୍ରାମବାସୀ ନିଜ ପୂର୍ବଜଙ୍କୁ ବେଶି ପ୍ରାଥମିକତା ଦିଅନ୍ତି । ଘରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ପ୍ରଣାମ ମଧ୍ୟ କରନ୍ତି , ଆଶୀର୍ବାଦ ନିଅନ୍ତି ।
ତେବେ ଦର୍ଶକବନ୍ଧୁ ଆପଣ ଯଦି ଏହି ଭୂତ ଗାଁ ଦେଖିବାକୁ ଚାହାଁନ୍ତି କିମ୍ବା ବୁଲି ଯିବାକୁ ଚାହାଁନ୍ତି, ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ