25.9 C
Odisha
Saturday, March 7, 2026

ଚିନ୍ତାରେ ରାଜସ୍ଥାନ ରୟାଲ୍ସ

ସଞ୍ଜୁ ସାମସନଙ୍କ କପ୍ତାନୀ ବିଶିଷ୍ଟ ରାଜସ୍ଥାନ ରୟାଲ୍ସ, ଆଇପିଏଲ ୨୦୨୩ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟଲାଭ କରି ନିଜ ଅଭିଯାନ ଆରମ୍ଭ କରିଛି । ହେଲେ ପଞ୍ଜାବୀଙ୍କ ପାଖରେ ସେମାନେ ବାଜି ମାରିପାରିନାହାନ୍ତି । ପଞ୍ଜାବ, ରାଜସ୍ଥାନ ରୟାଲସ ସହ ହୋଇଥିବା ରୋମାଚଂକର ମୁକାବିଲାରେ ମାତ୍ର ୫ ରନରେ ବିଜୟ ହାସଲ କରିଥିଲା । ମ୍ୟାଚ ମଧ୍ୟରେ ସବୁଠୁ ଆକର୍ଷଣୀୟ ମୁହୂର୍ତ୍ତ ତାହା ଥିଲା, ଯେତେବେଳେ ରବିଚନ୍ଦ୍ରନ ଅଶ୍ୱିନୀ, ରାଜସ୍ଥାନ ରୟାଲସ ପାଇଁ ପାରିର ଆରମ୍ଭ କରିବାକୁ ଆସିଥିଲେ । ଅଶ୍ୱିନୀଙ୍କ, ଜୋସ୍ ବଟଲରଙ୍କ ସ୍ଥାନରେ ପଠାଇଥିଲା ରାଜସ୍ଥାନ ରୟାଲ୍ସ । ଯାହାକୁ ଦେଖି ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରାଜସ୍ଥାନ ରୟାଲସର ଏହି ନିଷ୍ପତି କାହାକୁ ବୁଝାପଡିନଥିଲା । କାରଣ ବଟଲର ପାୱାର ପ୍ଲେ ରେ ନିଜ ଆକ୍ରମଣାତ୍ମକ ଅନ୍ଦାଜ୍ ପାଇଁ ପରିଚିତ । ଏତିକି ନୁହେଁ , ଗତ ମ୍ୟାଚରେ ବି ସେ ଅର୍ଦ୍ଧଶତକ କରିଥିଲେ । ହେଲେ ମ୍ୟାଚ ପରେ କପ୍ତାନ ସଂଜୁ ସାମସନ ଖୁଲାସା କରିଥିଲେ କି,ବଟଲର ଆହତ ହୋଇଛନ୍ତି , ସେଥିପାଇଁ ତାଙ୍କ ଦ୍ୱାରା ଓପନ କରାଯାଇନଥିଲା ।
ପଂଜାବ କିଙ୍ଗସ ପାରିର ଶେଷ ଓଭରରେ ଜୋସ ବଟଲର , ଶାହାରୁଖ ଖାନଙ୍କୁ ଆଉଟ କରିବା ପାଇଁ ଏକ ଧମାକେଦାର କ୍ୟାଚ କରିଥିଲେ । ଆଉ ସେହି ସମୟରେ ହିଁ ଆହତର ଶିକାର ହୋଇଥିଲେ ବଟଲର । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ସେ ଯଶସ୍ୱୀ ଯଏସଓାଲ ଙ୍କ ସହ ଓପନ କରିବାକୁ ଆସିନଥିଲେ ଏବଂ ତାଙ୍କ ସ୍ଥାନରେ ଆସିଥିଲେ ଅଶ୍ୱିନୀ । ସଂଜୁ ସାମସନ ମ୍ୟାଚ ପରେ କହିଛନ୍ତି, ଜୋସ ବଟଲର ଫିଟ ନୁହଁନ୍ତି । କ୍ୟାଚ କରିବା ପରେ ତାଙ୍କ ଆଙ୍ଗୁଠିରେ ଲାଗିଛି ଶକ୍ତ ଆଘାତ । ସେତେବେଳେ ପଡିକଲଙ୍କୁ ଓପନ କରିବା ପାଇଁ ଏଥିପାଇଁ ପଠାଗଲାନି, କାରଣ ତାଙ୍କ ପାଖରେ ଦୁଇ ସ୍ପିନର ଥିଲେ । ଜଣେ ଲେଫ୍ଟ ଆର୍ମ ଏବଂ ଆଉ ଜଣେ ହେଉଛନ୍ତି ଲେଗ୍ ସ୍ପିନର । କହିରଖିବୁ କି, ଦେବଦତ୍ତ ପଡିକଲ୍ ବି ହେଉଛନ୍ତି ଜଣେ ଦମଦାର ଓପନର । ସେ ଆଇପିଏଲରେ ରୟାଲ ଚାଲେଜଂର୍ସ ପାଇଁ ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ଏତିକି ନୁହେଁ, ବରଂ ପଡିକଲ ଓପନ କରି, ରାଜସ୍ଥାନ ରୟାଲ୍ସ ବିପକ୍ଷରେ କରିସାରିଛନ୍ତି ଶତକ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ