19 C
Odisha
Saturday, March 7, 2026

ସୁନା ଦର 60 ହଜାର , 17 ବର୍ଷରେ 6 ଗୁଣ ବୃଦ୍ଧି

ଆମେରିକା ଏବଂ ୟୁରୋପରେ ଦେଖାଦେଇଛି ବ୍ୟାଙ୍କ ସଂକଟ ଆଉ ଯାହାର ପ୍ରଭାବରେ ସେୟାର ମାର୍କେଟ ପୁରା ମାନ୍ଦା । ଯେଉଁ କାରଣରୁ ଭାରତୀୟ ବଜାରରେ ସୁନାର ଦର ନାହିଁ ନଥିବା ବୃଦ୍ଧି ପାଇଛି । ଆଜି 24 କ୍ୟାରେଟ ସୁନାର ଦର 10 ଗ୍ରାମ ପିଚ୍ଛା 60 ହଜାର 200 ଟଙ୍କାରୁ ଅଧିକ ରହିଛି । ଭାରତୀୟ ମହିଳାମାନେ ସୁନାଗହଣା ପ୍ରିୟ ହୋଇଥିବା ବେଳେ ଦରବୃଦ୍ଧି ତାଙ୍କୁ ଏବେ ବାଧୁଛି । ତେବେ ଗତ 17 ବର୍ଷ ମଧ୍ୟରେ ସୁନାର ଦର 6 ଗୁଣ ବୃଦ୍ଧି ପାଇଛି । 17 ବର୍ଷ ତଳେ 10 ଗ୍ରାମ ସୁନା ପ୍ରତି ଦର ମାତ୍ର 10 ହଜାର ଟଙ୍କା ଥିବା ବେଳେ ଏବେ ଏହା 60 ହଜାର ଟଙ୍କାକୁ ବୃଦ୍ଧି ପାଇଛି । ମେ,2006ରେ 10ଗ୍ରାମ ସୁନାର ଦର ଥିଲା 10 ହଜାର ଟଙ୍କା, ମାତ୍ର ତାହା ଆଜି 60 ହଜାର ଟଙ୍କାରେ ପହଞ୍ଚିଲାଣି।

ମାର୍କେଟ ଏକ୍ସପର୍ଟଙ୍କ କହିବା ମୁତାବକ, ଆମେରିକା ଏବଂ ଅନ୍ୟ ଦେଶରେ ବ୍ୟାଙ୍କ ସଙ୍କଟ, ଶେୟାର ବଜାରରେ ଅନିଶ୍ଚିତତା ଏହି ଦର ବୃଦ୍ଧିର ମୁଖ୍ୟ କାରଣ । ଏକ୍ସପର୍ଟ ଆହୁରି ମଧ୍ୟ କହିଛନ୍ତି ଦରବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ । ଆସନ୍ତା ମାସ ସୁଦ୍ଧା 10ଗ୍ରାମ ସୁନା ପ୍ରତି ଦର 62 ହଜାର ଟଙ୍କା ଛୁଇଁପାରେ। ଗତବର୍ଷ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିଲା । ମାତ୍ର ଦୀପାବଳୀ ପରେ ଧିରେ ଧିରେ ସୁନା ଦର ବୃଦ୍ଧି ପାଇଥିଲା ଆଉ 2023ରେ ଏହା ସବୁଠାରୁ ଅଧିକ ରହିଛି ।

5ମେ 2006ରେ 10 ଗ୍ରାମ ସୁନାର ମୂଲ୍ୟ ଥିଲା ମାତ୍ର 10 ହଜାର ଟଙ୍କା, ଏହାର 4 ବର୍ଷ ପରେ ଅର୍ଥାତ 6 ନଭେମ୍ବର 2010ରେ 10 ଗ୍ରାମ ସୁନାର ମୂଲ୍ୟ ହୋଇଯାଇଥିଲା 20 ହଜାର ଟଙ୍କା । ଯାହା ଡବଲ । 1ଜୁନ୍ 2012ରେ ଏହି ଦର 30 ହଜାର ଟଙ୍କା ଛୁଇଁଥିଲା । 3 ଜାନୁଆରୀ 2020 ବେଳକୁ 10 ଗ୍ରାମ ସୁନା ପ୍ରତି ଦର ହୋଇଯାଇଥିଲା 40 ହଜାର ଟଙ୍କା। ସେହି ବର୍ଷ 22 ଜୁଲାଇ ବେଳକୁ ଏହି ଦର 50 ହଜାର ଟଙ୍କା ହୋଇଯାଇଥିଲା। ଆଉ ଆଜିର ଦିନରେ 24 କ୍ୟାରେଟର 10 ଗ୍ରାମ ସୁନା ଦର ରହିଛି 60 ହଜାର ଟଙ୍କା । ମାତ୍ର 17 ବର୍ଷରେ ଏହି ଦର 6 ଗୁଣ ବୃଦ୍ଧି ପାଇଛି । ଫଳରେ ଅନେକ ଗରୀବ ଏବଂ ମଧ୍ୟବିତ ଶ୍ରେଣୀର ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । କାରଣ ବିଭାଘରରେ ସୁନା ଅଳଙ୍କାର ଉପହାର ସ୍ବରୂପ ଦିଆୟାଉଥିବା ବେଳେ ଏବେ ଏହାକୁ କିଣିବା କଷ୍ଟକର ହୋଇପଡିଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ