ଭାରତ ସୀମା ଡେଇଁ ଲୁଚି ପଶୁଥିଲେ ପାକିସ୍ତାନୀ ଆତଙ୍କବାଦୀ : ଗୁଳି କରି ମାରିଦେଲେ ଯବାନ

ନୂଆଦିଲ୍ଲୀ, ୦୨/୧୦: ଭାରତ-ପାକିସ୍ତାନ ସୀମାରେ ପୁଣି ଅନୁପ୍ରବେଶ ଉଦ୍ୟମ। ପଞ୍ଜାବର ତରନତାରନ ଅଞ୍ଚଳରେ ପାକିସ୍ତାନ ପଟୁ କିଛି ବ୍ୟକ୍ତି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ BSF ପକ୍ଷରୁ ଗୁଳିଚାଳନା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଦୁଇ ଜଣ ପାକିସ୍ତାନୀ ନିହତ ହୋଇଥିବା ସୂଚନା ମିଳିଛି।

BSF ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ପାକିସ୍ତାନ ପଟର ଚଟ୍ଟନୱାଲେ ଅଞ୍ଚଳରୁ ୩ରୁ ୪ ଜଣ ବ୍ୟକ୍ତି ଭାରତୀୟ ସୀମା ନିକଟକୁ ଆସିଥିଲେ। ପରେ ସେମାନେ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଆଗକୁ ବଢ଼ିଥିଲେ।

ସୀମାରେ ମୁତୟନ ଥିବା BSF ଯବାନମାନେ ପ୍ରଥମେ ସେମାନଙ୍କୁ ଚେତାବନୀ ଦେଇ ଅଟକିବାକୁ କହିଥିଲେ। ତେବେ ଚେତାବନୀ ସତ୍ତ୍ୱେ ସେମାନେ ଆଗକୁ ବଢ଼ିବା ଜାରି ରଖିଥିବାରୁ ଯବାନମାନେ ଗୁଳିଚାଳନା କରିଥିଲେ। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ଗୁଳିଚାଳନା ସମୟରେ ଅନ୍ୟ କିଛି ବ୍ୟକ୍ତି ପାକିସ୍ତାନ ଦିଗକୁ ଦୌଡ଼ି ପଳାଇଥିବାରୁ ସେମାନେ ଧରାପଡ଼ିନଥିବା ଜଣାପଡ଼ିଛି। ତେବେ ଏହି ବ୍ୟକ୍ତିମାନେ କେଉଁ ଉଦ୍ଦେଶ୍ୟରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେନେଇ ତଦନ୍ତ ଜାରି ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ