ହଟିବେ ଥାଲାପଥି ବିଜୟ ! ମୁଖ୍ୟମନ୍ତ୍ରୀ ପଦରୁ ଶୀଘ୍ର ଦେବେ ଇସ୍ତଫା !

ଚେନ୍ନାଇ: ଥାଲାପତି ବିଜୟଙ୍କ ସରକାର ପାଇଁ ବଢ଼ିଲା ଚ୍ୟାଲେଞ୍ଜ। ତାମିଲନାଡୁରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ଶାସକ ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି ବାମପନ୍ଥୀ ଦଳ। ସିପିଆଇ ଓ ସିପିଏମ୍ ଉପନିର୍ବାଚନରେ ଟିଭିକେ ସହ ଆସନ ବୁଝାମଣା ନକରି ନିଜ ନିଜ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଏହି ନିଷ୍ପତ୍ତି ଟିଭିକେ ପାଇଁ ରାଜନୈତିକ ଭାବେ ଚିନ୍ତା ବଢ଼ାଇଛି। ସିପିଆଇ ଧାରାପୁରମ ଏବଂ ସିପିଏମ୍ ମଦୁରନ୍ତକମ ଆସନରୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି।

ମେଣ୍ଟ ବୈଠକରେ ଯୋଗ ଦେଲେନି ବାମଦଳ

ସୂଚନା ଅନୁସାରେ, ଟିଭିକେ ନେତୃତ୍ୱ ପକ୍ଷରୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ସିପିଆଇ ଓ ସିପିଏମ୍ ନେତାମାନେ ସହଯୋଗୀ ଦଳଗୁଡ଼ିକର ବୈଠକରେ ସାମିଲ ହୋଇନଥିଲେ। ପରେ ଦୁଇ ଦଳ ନିଜ ନିଜ ବୈଠକ କରି ଉପନିର୍ବାଚନରେ ସ୍ୱତନ୍ତ୍ର ଭାବେ ଲଢ଼ିବା ନେଇ ନିଷ୍ପତ୍ତି ନେଇଛନ୍ତି।

ବାମଦଳଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ, ଉପନିର୍ବାଚନ ପାଇଁ ଟିଭିକେ ସହ କୌଣସି ଆସନ ବୁଝାମଣା କରାଯିବ ନାହିଁ।

ସରକାରକୁ ବାହାରୁ ସମର୍ଥନ ଜାରି ରହିବ

ତେବେ ଏହି ରାଜନୈତିକ ଦୂରତା ସତ୍ତ୍ୱେ ବିଜୟ ସରକାରକୁ ବାହ୍ୟ ସମର୍ଥନ ଜାରି ରଖିବେ ବୋଲି ବାମଦଳଗୁଡ଼ିକ କହିଛନ୍ତି। ବିଧାନସଭାରେ ସ୍ଥିରତା ଏବଂ ଶାସନ ପ୍ରକ୍ରିୟାକୁ ସୁଗମ ରଖିବା ପାଇଁ ଏହି ସମର୍ଥନ ଦିଆଯିବ। କିନ୍ତୁ ନୀତି ଓ ମୂଲ୍ୟବୋଧ ସମ୍ପର୍କିତ ପ୍ରସଙ୍ଗରେ ନିଜର ସ୍ୱତନ୍ତ୍ର ମତ ରଖିବେ ବୋଲି ଦଳଗୁଡ଼ିକ ସଙ୍କେତ ଦେଇଛନ୍ତି।

ବିଜୟଙ୍କ ଉପରେ କାହିଁକି ଖପ୍ପା ବାମଦଳ?

ବିଜୟଙ୍କୁ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ କରାଯିବା ନେଇ ବାମଦଳଗୁଡ଼ିକ ଅସନ୍ତୁଷ୍ଟ ଥିବା ରିପୋର୍ଟରେ କୁହାଯାଇଛି। ଏହା ସହ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଜନୈତିକ କାର୍ଯ୍ୟକଳାପ ଓ ଛାତ୍ର ଆନ୍ଦୋଳନକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ବାମଦଳମାନେ ପ୍ରଶ୍ନ କରିଛନ୍ତି।

ନିକଟରେ ଛାତ୍ରମାନଙ୍କୁ ବିଭିନ୍ନ ପ୍ରଦର୍ଶନରେ ସାମିଲ ନହେବାକୁ ନେଇ ଏକ ସର୍କୁଲାର ଜାରି ହୋଇଥିଲା। ଏହାକୁ ନେଇ ବିବାଦ ତୀବ୍ର ହେବା ପରେ ସରକାର ସର୍କୁଲାରଟି ପ୍ରତ୍ୟାହାର କରିଥିଲେ।

ଏହି ଘଟଣାକ୍ରମ ମଧ୍ୟରେ ଉପନିର୍ବାଚନରେ ବାମଦଳଗୁଡ଼ିକ ଟିଭିକେଠାରୁ ଦୂରେଇ ନିଜ ପ୍ରାର୍ଥୀ ଦେବା ନିଷ୍ପତ୍ତି ବିଜୟଙ୍କ ରାଜନୈତିକ ସମୀକରଣ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ