ଦେଶରେ ସରିଯିବ ସବୁ କୋଇଲା ! ଆଉ ମିଳିବନି ବିଦ୍ୟୁତ୍, ଏବେ ଦିନକୁ ମାତ୍ର ଏତିକି ଘଣ୍ଟା ବିଜୁଳି

ନୂଆଦିଲ୍ଲୀ: ଦେଶରେ ବିଜୁଳି ଚାହିଦା ଅଧିକ ରହିଥିବା ବେଳେ କୋଇଲା ଷ୍ଟକ୍‌କୁ ନେଇ ଚିନ୍ତା ବଢ଼ିଛି। ଭାରତର ପ୍ରାୟ ଏକ-ତୃତୀୟାଂଶ କୋଇଲାଭିତ୍ତିକ ବିଜୁଳି ପ୍ଲାଣ୍ଟରେ ଇନ୍ଧନ ମହଜୁଦ ହ୍ରାସ ପାଇଛି। ଏହି ସ୍ଥିତିରେ କୋଇଲା ଯୋଗାଣ ବଢ଼ାଇବାକୁ ସରକାର ପଦକ୍ଷେପ ନେଉଛନ୍ତି।

ରଏଟର୍ସ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ଗରମ ପାଗ ଜାରି ରହିବାରୁ ଦେଶରେ ବିଜୁଳି ଚାହିଦା ଉଚ୍ଚସ୍ତରରେ ରହିଛି। ଏହା ଫଳରେ କୋଇଲା ଆଧାରିତ ପାୱାର ପ୍ଲାଣ୍ଟଗୁଡ଼ିକ ଉପରେ ଚାପ ବଢ଼ିଛି।

୨୭୦ ଗିଗାୱାଟ୍ ପାର କରିଥିଲା ଚାହିଦା

ଚଳିତବର୍ଷ ମେ ମାସରେ ଭାରତର ପିକ୍ ବିଦ୍ୟୁତ ଚାହିଦା ରେକର୍ଡ ୨୭୦.୭୦ ଗିଗାୱାଟ୍‌ରେ ପହଞ୍ଚିଥିଲା। ଏବେ ମଧ୍ୟ ବିଜୁଳି ଚାହିଦା ଏହାର ଆଖପାଖରେ ରହୁଛି। ଗତ କିଛି ଦିନ ଧରି ଦୈନିକ ଚାହିଦା ପ୍ରାୟ ୨୬୭ ଗିଗାୱାଟ୍ ରହିଥିବା ଜଣାପଡ଼ିଛି।

ଏଲ୍‌-ନିନୋ ପାଣିପାଗ ପ୍ରଭାବରେ ଗରମ ବଢ଼ିବା ସହ କୁଲିଂ ସିଷ୍ଟମ୍‌ର ବ୍ୟବହାର ବୃଦ୍ଧି ପାଇଛି। ଏହା ବିଜୁଳି ଚାହିଦାକୁ ଆହୁରି ବଢ଼ାଇଛି।

ବଢ଼ିଲା କମ୍ ଷ୍ଟକ୍ ଥିବା ପ୍ଲାଣ୍ଟ

ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟିର ତଥ୍ୟ ଅନୁସାରେ, ଅଗଷ୍ଟ ଶେଷ ସୁଦ୍ଧା କମ୍ କୋଇଲା ଷ୍ଟକ୍ ଥିବା ବିଜୁଳି ପ୍ଲାଣ୍ଟ ସଂଖ୍ୟା ୪୫ ଥିଲା। କିନ୍ତୁ ସେପ୍ଟେମ୍ବର ୯ ସୁଦ୍ଧା ଏହି ସଂଖ୍ୟା ବଢ଼ି ୫୯ରେ ପହଞ୍ଚିଛି।

ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାରର ଆନାଲିଷ୍ଟ ମନୋଜ କୁମାର କହିଛନ୍ତି, କମ୍ କୋଇଲା ଥିବା ପାୱାର ପ୍ଲାଣ୍ଟର ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ।

ସୌର ଶକ୍ତି ଦେଉଛି ଆଶ୍ୱସ୍ତି, ହେଲେ…

ବିଶେଷଜ୍ଞଙ୍କ ମତରେ, ଦିନ ସମୟରେ ସୌର ଶକ୍ତି ସମେତ ସ୍ୱଚ୍ଛ ଶକ୍ତି ଦେଶର ବିଜୁଳି ଚାହିଦାର ଏକ ବଡ଼ ଅଂଶ ପୂରଣ କରୁଛି। ତେବେ ବ୍ୟାଟେରୀ ଷ୍ଟୋରେଜ୍‌ର ଅଭାବ ଓ ଜଳାଶୟଗୁଡ଼ିକରେ ପାଣିର କମ୍ ସ୍ତର ଯୋଗୁଁ କୋଇଲା ଆଧାରିତ ବିଜୁଳି ଉତ୍ପାଦନ ଉପରେ ଚାପ ବଢ଼ିଛି।

ସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ରେଳ ନେଟୱାର୍କ ଜରିଆରେ ପାୱାର ପ୍ଲାଣ୍ଟଗୁଡ଼ିକୁ କୋଇଲା ଯୋଗାଣ ଆହୁରି ବଢ଼ାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

୪୪୪ ରେକ୍‌ରେ ଚାଲିଛି କୋଇଲା ପରିବହନ

ବିଜୁଳି କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ବଢ଼ାଇବା ପାଇଁ ସେପ୍ଟେମ୍ବର ୬ରେ ୪୪୪ଟି ଟ୍ରେନ୍/ରେକ୍ ନିୟୋଜିତ କରାଯାଇଥିଲା। ସେପ୍ଟେମ୍ବର ୩ରେ ଏହି ସଂଖ୍ୟା ୩୭୦ ଥିଲା।

ଏହାବ୍ୟତୀତ କୋଲ୍ ଇଣ୍ଡିଆ ଓ ଏହାର ସହାୟକ କମ୍ପାନୀଗୁଡ଼ିକ ସଡ଼କ ମାର୍ଗରେ ମଧ୍ୟ କୋଇଲା ପରିବହନ ବଢ଼ାଇଛନ୍ତି।

କୋଲ୍ ଇଣ୍ଡିଆର କହିବା ଅନୁସାରେ, ଏହାର ଖଣିଗୁଡ଼ିକର ପିଟ୍‌ହେଡ୍‌ରେ ପ୍ରାୟ ୭.୬ କୋଟି ଟନ୍ କୋଇଲା ମହଜୁଦ ରହିଛି। ତେଣୁ ଉତ୍ପାଦନ ପର୍ଯ୍ୟାୟରେ କୋଇଲା ଉପଲବ୍ଧତା ଥିଲେ ମଧ୍ୟ, ଏହାକୁ ପାୱାର ପ୍ଲାଣ୍ଟଗୁଡ଼ିକରେ ସମୟରେ ପହଞ୍ଚାଇବା ଏବେ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ