ଚେନ୍ନାଇ : ଫିଲ୍ମ ଷ୍ଟାରରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜୋସେଫ ବିଜୟ । ତାମିଲନାଡୁରେ ସେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ସରକାର ଚଳାଉଛନ୍ତି । ଏହି ଦୁଇ ତିନି ମାସ ମଧ୍ୟରେ ସେ ଅନେକ ସଫଳତା ପାଇଛନ୍ତି । ତାଙ୍କୁ ଚାରି ଆଡୁ ପ୍ରଶଂସା କରାଯାଉଛି । ବିଶେଷ କରି ମଦ ରୋକିବା ଏବଂ ମହିଳା ସୁରକ୍ଷାରେ ସେ ଅଧିକ ଫୋକସ କରୁଛନ୍ତି । ତାମିଲନାଡୁର ରାଜନୀତିକୁ ଏକପ୍ରକାର ବଦଳାଇଦେଇଛନ୍ତି ଏହି ଷ୍ଟାର୍ ଟର୍ଣ୍ଣଡ୍ ପଲିଟିସିଆନ୍ ।
୨୦୨୬ରେ ଅନୁଷ୍ଠିତ ତାମିଲନାଡୁ ବିଦାନସଭା ନିର୍ବାଚନରେ ପ୍ରଥମ ଥର ଭାଗ୍ୟ ପରୀକ୍ଷା କରିଥିଲେ ବିଜୟ । ତାଙ୍କ ଦଳ ଟିଭିକେ ସମସ୍ତ ସିଟରେ ପ୍ରାର୍ଥୀ ଦେଇଥିଲା । ଦଳ ୧୦୮ ଆଶନରେ ବିଜୟୀ ହୋଇ ଏବେ ସରକାର ଚଳାଇଛି । ୨୩୪ଟି ଆସନରୁ ଶଦାଧିକ ସିଟ୍ ଜିତି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ । କିଛି ସହଯୋଗୀ ଦଳର ସମର୍ଥନରେ ସେ ଏବେ ରାଜ୍ୟର ନେତା ।
ଶୁଣିବାକୁ ମିଳୁଛି ଯେ, ବିଜୟ କେବଳ ତାମିଲନାଡଡୁରେ ଅଟକିବେ ନାହିଁ । ବରଂ ସେ ଜାତୀୟ ରାଜନୀତିରେ ପାଦ ଦେବେ । ତାଙ୍କ ପଛରେ କଂଗ୍ରେସର ସମର୍ଥନ ରହିଛି । ଲଗାତାର ଭାବେ ସେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି । ନିଟ୍ ପ୍ରସଙ୍ଗରେ ମଧ୍ୟ ଜନ୍ତରମନ୍ତରରେ ଧାରଣା ଦେଇଥିବା ଜେନ-ଜିଙ୍କୁ ବିଜୟ ସମର୍ଥନ କରିଥିଲେ ।
ଏସବୁକୁ ଦେଖିଲେ ଅନୁମାନ କରାଯାଉଛି ଯେ, କିଛି ଦିନ ପରେ ବିଜୟ ଜାତୀୟ ରାଜନୀତିରେ ପାଦ ଦେଇପାରନ୍ତି । ଅଭିନେତା ହୋଇଥିବାରୁ ତାଙ୍କର ଭଲ ଲୋକପ୍ରିୟତା ରହିଛି । ସେ ସମସ୍ତ ବର୍ଗଙ୍କୁ ସାଥୀରେ ଧରି ଚାଲିବା ଶିଖିଛନ୍ତି । ଯାହା ତାମିଲନାଡୁରେ ଦେଖିବାକୁ ମିଳିଛି । ତେଣୁ ଆଗାମୀ ଦିନରେ ସେ କଂଗ୍ରେସର ହାତ ଧରି ଦିଲ୍ଲୀ ରାଜନୀତିରେ ପାଦ ପକାଇପାରନ୍ତି । କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିପାରେ । ହେଲେ ଏହା ସହଜ କଥା ନୁହେଁ । ଇଣ୍ଡି ମେଣ୍ଟରେ ଆହୁରି ଅନେକ ବଡ ନେତା ଅଛନ୍ତି । ଯେଉଁମାନଙ୍କ ଆଖି ପିଏମ୍ ଚଉକି ଉପରେ ରହିଛି । ତେଣୁ ବିଜୟଙ୍କ ରଣନୀତି କେତେ ସଫଳ ହେବ ତାହା ୨୦୨୯ରେ ସ୍ପଷ୍ଟ ହୋଇଯିବ ।

