ମଧ୍ୟରେ ଜଗା ବନାମ ଅପରାଜିତା ! କିଏ ମାରିବ ବାଜି ?

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ । ମଧ୍ୟ ଭୁବନେଶ୍ୱରରେ ବଡ ଚେହେରା । ଲାଗାତାର ନିର୍ବାଚନ ହାରୁଛନ୍ତି । କିନ୍ତୁ ପରାସ୍ତ ହେଉଛନ୍ତି । 2024ରେ ସେ ଖୁବ୍ କମ୍ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠୁ ହାରିଥିଲେ । ଏବେବି ଜଗାଙ୍କ ଭଲ ସଙ୍ଗଠନ ରହିଛି । ହେଲେ ତାଙ୍କୁ ରାଜନୀତିରୁ ଆଉଟ୍ କରାଯିବା ନେଇ ଆଲୋଚନା ହେଉଛି ।

ଚର୍ଚ୍ଚା ହେଉଛି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଗନ୍ନାଥଙ୍କ ମଧ୍ୟରେ ଆଗଭଳି ଭଲ ସମ୍ପର୍କ ନାହିଁ । ଉଭୟେ ଉଭୟଙ୍କୁ ପସନ୍ଦ କରୁନାହାଁନ୍ତି । ଯାହାର ଅନେକ ନଜିର ରହିଛି । ଯେତେବେଳେ ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ ଜଗନ୍ନାଥଙ୍କ ସମର୍ଥକମାନେ ମାଡ଼ ମାରିବା ଅଭିଯୋଗ ହୋଇଥିଲା ସେତେଭେଲ ଅପରାଜିତା ସୋସିଆଲ ମିଡିଆରେ ମାଡମରା ଘଟଣାକୁ ନିନ୍ଦା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରିଦେଇଥିଲେ । ସେବେଠୁ ଉଭୟଙ୍କ ମଧ୍ୟରେ କନ୍ଦଳ ତୀବ୍ର ରୂପ ନେଇଥିଲା ।

ଦେଖିବାକୁ ମିଳୁଛି ଯେ, ସାଂସଦଙ୍କ ଅନେକ କାର୍ଯ୍ୟକ୍ରମରେ ଜଗାଙ୍କ ଦର୍ଶନ ମିଳୁନାହିଁ । ଉଭୟ ପରସ୍ପର ବିରୋଧରେ ସୋସିଆଲ ମି଼ଡିଆରେ ପରୋକ୍ଷ ଭାବେ ଆକ୍ଷେପ କରୁଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ମଧ୍ୟ ଭୁବନେଶ୍ୱରରେ ବିଜେପି ଦୁର୍ବଳ ଥିବା କହିଥିଲେ । ଜଗା ମଧ୍ୟ ସୋସିଆଲ ମିଡିଆରେ ବାହାର ଲୋକଙ୍କୁ ହଟାଅ ବୋଲି କହିଥିଲେ । କାହା ନାଁ ନେଇନଥିଲେ ମଧ୍ୟ ସେ ଅପରାଜିତାଙ୍କୁ ଇଙ୍ଗିତ କରିଥିବା କୁହାଯାଏ । ସବୁଠୁ ବଡ କଥା ହେଲା ଯେ, ସାଂସଦ କିଛି ମାସ ତଳେ ରୁଦ୍ର ସାମନ୍ତରାୟ ନାମକ ଜଣେ ବିଜେଡି ନେତାଙ୍କୁ ବିଜେପିରେ ମିଶାଇଥିଲେ । ଯାହା ଜଗାଙ୍କୁ ଏକ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି । କାରଣ ରୁଦ୍ର ମଧ୍ୟରୁ ରାଜନୀତି କରନ୍ତି । ଉଭୟ ଜଗା ଏବଂ ରୁଦ୍ର 2029ରେ ବିଜେପି ଟିକେଟରୁ ଆଶାବାଦୀ ଅଛନ୍ତି । ଏବେ କିନ୍ତୁଅପରାଜିତାଙ୍କ ସମର୍ଥନ ରୁଦ୍ରଙ୍କ ପ୍ରତି ରହିଛି । ଜଗା ଏବେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ ଆଡେ ଢଳିଲେଣି । ତେଣୁ ଆଗାମୀ ଦିନରେ ମଧ୍ୟ ରାଜନୀତି ଯେ ଅଧିକ ସରଗରମ ହେବ ତାହା ଏବେଠୁ ଅନୁମାନ କରାଯାଇପାରେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ