ସିଜେପି ମୁଖ୍ୟ ଅଭିଜିତ ଦୀପିକେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ଯେ 20 ଜୁଲାଇ ସଂସଦ ଚଲୋ ମାର୍ଚ୍ଚ ବେଳେ ପୁଲିସ ଯେଉଁ ଭଳି ଭାବେ ଅତ୍ୟଧିକ ବଳ ପ୍ରୟୋଗ କଲା, ଏହାର ଆଦେଶ କେନ୍ଦ୍ର ଗୃହ ମନ୍ତ୍ରୀ ଦେଇଥିବେ । ସେ ଦୃଷ୍ଟିରୁ ଅମିତ ଶାହାଙ୍କୁ ତୁରନ୍ତ ଇସ୍ତଫା ଦେଇ ଦେବା ଦରକାର । ଦେଶରେ ଲୋକତନ୍ତ୍ର ବିପଦରେ ଅଛି ଓ କେନ୍ଦୀୟ ଯାଞ୍ଚ ଏଜେନସି ଗୁଡିକୁ ରାଜନୈତିକ ଦଳକୁ ଭାଙ୍ଗିବା ପାଇଁ ବ୍ୟବହାର କରାଯାଉଛି, ଯାହାକି ଦେଶ ପାଇଁ ଶୁଭଙ୍କର ନୁହେଁ । NEET ପେପର ଲିକ୍ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ମାସେ ଧରି CJPଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରୁ ଫେରିବା ପରେ ଛତ୍ରପତି ସମ୍ଭାଜୀନଗରସ୍ଥିତ ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଡିପକେ ଦାବି କରିଥିଲେ ଯେ ଦେଶରେ ଗଣତନ୍ତ୍ର ବିପଦରେ ଅଛି ଏବଂ ଅନୁଷ୍ଠାନଗୁଡ଼ିକ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାରେ ବିଫଳ ହେଉଥିବା ଅଭିଯୋଗ କରିଥିଲେ ।ସେ ପ୍ରହଲାଦ ଜୋଶୀଙ୍କ ଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇ ତାଙ୍କୁ ‘ଅଦ୍ଭୁତ ବ୍ୟକ୍ତି’ ବୋଲି କହିଛନ୍ତି ।


