କାକଟପୁର ବ୍ଲକ୍ ପ୍ରଶାସନ ଦଳୀୟ ପ୍ରୀତି । BJD ତରଫରୁ ବିଶାଳ ବିକ୍ଷୋଭ।

ସରକାରୀ କାମ ପାଇଁ ଯିବାକୁ ଲୋକ ଆଜି ଭୟ କରୁଛନ୍ତି ବ୍ଲକ କୁ। ଶାସକ ଦଳର ଆଡ୍ଡା ସ୍ଥଳୀ ପାଲଟି ଯାଇଛି ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ କାକଟପୁର ବ୍ଲକ। ଆଜି କାକଟପୁର ବ୍ଲକ୍ ଅଫିସ୍ ଆଗରେ ବିଜୁ ଜନତା ଦଳ ତରଫରୁ ବଡ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ।ଏକ ବିଶାଳ ରାଲ୍ଲୀ କାକଟପୁର ବଜାର ସ୍ଥିତ ବିଜେଡି କାର୍ୟ୍ଯଲୟ ରୁ ବାହାରି ବ୍ଲକ ରେ ପହଞ୍ଚିଥିଲା ।ବିଜୁ ଜନତା ଦଳ ର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ୍ ଦେଲେ। – କାକଟପୁର ପଂଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଣକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସୀ ସାଜିଛନ୍ତି। ଜନ ସାଧାରଣଙ୍କୁ ନ୍ୟାୟ ଦେବା ବଦଳରେ କରୁଛନ୍ତି ଅବହେଳା। ଆଉ ସବୁଠୁ ଗୁରୁତର ଅଭିଯୋଗ – ଲାଞ୍ଚ ନେଉଛନ୍ତି । ବିଜେଡି କହୁଛି, ଯନ୍ତ୍ରୀଙ୍କ ସହାୟତାରେ ପଂଚାୟତ ସମିତି ଅଫିସ୍ ରେ ମୋଟା ଅଙ୍କର ଲାଞ୍ଚ ଆଦାୟ ଚାଲିଛି। କିଛି ଦିନ ତଳେ ଲାଞ୍ଚ କାରବାର କୁ ନେଇ ବାକଯୁଦ୍ଧ ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତାର କିଛି ଚିହ୍ନ ଏବେ ବି ଖୋଜିଲେ ମିଳୁନାହିଁ।ଆଉ ଏକ ଅଭିଯୋଗ – ବର୍ତମାନ କାର୍ଯ୍ୟରତ ବିଡିଓ ଜଣକ କାକଟପୁର ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ଚଳାଉଛନ୍ତି ମିଲିଟାରୀ ଶାସନ। ଫଳରେ ସାଧାରଣ ଲୋକ ନିଜ ଅଭାବ ଅଭିଯୋଗ ନେଇ ବ୍ଲକ୍ କୁ ଯିବାକୁ ଡରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ପଂଚାୟତ ସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଉ।ପଂଚାୟତ ସମିତିରେ ଚାଲିଥିବା PC ଅର୍ଥାତ ପର୍ସେଣ୍ଟେଜ୍ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ବିଡିଓ ଜଣକ ନିଜ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ।ଜିଲ୍ଳାପାଳ ଙ୍କ ଉଦ୍ୟସରେ ଏକ ଦାବି ପତ୍ର ପ୍ରଦାନ କାରାଯାଇଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ