ପୁଣି ଚର୍ଚ୍ଚାରେ ଆଉ ଗୋଟିଏ ଲଭ ଷ୍ଟୋରୀ । ହଁ ଦର୍ଶକବନ୍ଧୁ ବର୍ତମାନ ସମୟରେ ସୋସିଆଲ ମିଡଆରେ ବେଶି ହାଇଲାଇଟରେ ରହୁଚି ଲଭ ଷ୍ଟୋରୀ । କିଏ ପାକିସ୍ତାନକୁ ଭାରତକୁ ପଳେଇ ଆସୁଛି ତ ପୁଣି କିଏ ପାକିସ୍ତାନ ପଳାଉଛି ନିଜ ପ୍ରେମିକ ପାଖକୁ । ଏସବୁ ପ୍ରେମ କାହାଣୀ ଭିତରେ ପୁଣି ଚର୍ଚ୍ଚାକୁ ଆସିଯାଇଚି ଗୋଟିଏ ଲଭ ଷ୍ଟୋରୀ । ଆନ୍ଧ୍ର ପ୍ରଦେଶ ନନ୍ଦୟାଲ ଜିଲ୍ଲାରେ ଜଣେ ମହିଳା ଓ ତାଙ୍କ ପାକିସ୍ତାନୀ ପ୍ରେମିକଙ୍କ ଲଭଷ୍ଟାରୀ ଏବେ ଚର୍ଚ୍ଚାରେ । ଖାସ କଥା ହେଲା ଏ ଲଭ ଷ୍ଟୋରୀ ଆରମ୍ଭ ହୋଇଛି ରଂଗ୍ ନମ୍ବରରୁ । ପବଜୀ ଗେମରୁ ଯେମିତି ସୀମା ହୈଦର ଓ ସଚିନଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା ଏବେ ରଂଗ ନମ୍ବର ଷ୍ଟୋରୀ ଇଂଟରନେଟରେ ଭାଇରାଲ ହେଉଛି । ବାସ୍ତବରେ ରଂଗ ନମ୍ବରରେ କଥା ହେବା ପରେ ଦୁହେଁ ପ୍ରମେରେ ପଡିଥିଲେ । ପରେ ସଂପୃକ୍ତ ମହିଳାଙ୍କ ପ୍ରେମୀ ପାକିସ୍ତାନରୁ ଦୁବାଇ ଦେଇ ଆସିଥିଲା ଭାରତ ଓ ବିବାହ କରି ସାଥିରେ ରହିଥିଲା । ଏହାପରେ ତାକୁ ମିଛ ଆଧାର କାର୍ଡ ଓ ପାସପୋର୍ଟ ବନାଇବା ଅପରାଧରେ କରାଯାଇଥିଲା ଗିରଫ ।
ଆପଣ ଜାଣିଥିବେ ଏବେ ଗତ କିଛିଦିନ ହେବ ପାକିସ୍ତାନୀ ମହିଳା ସୀମା ହୈଦର ଓ ଭାରତର ଅଂଜୁଙ୍କ ଲଭ ଷ୍ଟୋରୀ ଚର୍ଚ୍ଚାରେ ଅଛି । ଏସବୁ ଭିତରେ ଆନ୍ଧ୍ରପ୍ରଦେଶରେ ରହୁଥିବା ଦୌଲତ ବି ନାମକ ଜଣେ ମହିଳା ଓ ପାକିସ୍ତାନୀ ପ୍ରେମିକ ଲଭ ଷ୍ଟୋରୀ ଆସିଛି ସାମ୍ନାକୁ । ଦୌଲତ ବର୍ତମାନ ଗଦିବେମୁଲାରେ ନିଜ ବାପା ମାଙ୍କ ସହ ରହୁଛନ୍ତି । ତେବେ ଦୌଲତଙ୍କ ସ୍ୱାମୀଙ୍କର ହୋଇଯାଇଛି ମୃତ୍ୟୁ । ପରେ ପରିବାର ଚଳାଇବା ପାଇଁ ସେ ମୂଲମଜୁରୀ କରୁଥିଲେ । ୨୦୧୦ରେ ଦୌଲତ ବି ଙ୍କ ପାଖଖୁ ଏକ ରଂଗ ନମ୍ବରରୁ ଆସିଥିଲା କଲ୍ । ପ୍ରଥମେ ଏହାକୁ ସେ ରିସିଭ କରିପାରିନଥିଲେ । ହେଲେ ପରେ ଯେତେବେଳେ କଲ୍ ବ୍ୟାକ କଲେ, ଗୁଲଜାର ନାମକ ଜଣେ ବ୍ୟକ୍ତି କଲ୍ ଉଠାଇଥିଲେ । ଦୁହେଁ ଦୁହିଁଙ୍କ ବିଷୟରେ ଅନେକ କଥା ପଚାରିଥିଲେ । ପରେ ହୋଇଯାଇଥିଲେ ପରିଚିତ । କଥା ବଢିଲା ଏବଂ ଦୁହେଁ ପଡିଗଲେ ଦୁହିଁଙ୍କ ପ୍ରେମରେ । ପରେ ଗୁଲାଜର ନିଜ ପ୍ରେମିକା ପାଇଁ ଦୁବାଇ ରାସ୍ତା ଦେଇ ଆସିଗାଲ ଭାରତ । ଏଠାକୁ ଆସିବା ପରେ ଦୌଲତ ବି ନିଜ ଘର ଲୋକଙ୍କୁ ଗୁଲଜାର ବିଷୟରେ କହିଥିଲେ ଏବଂ ବିବାହ କରିବା ନେଇ କହିଥିଲେ । ପରେ ରାଜି ହୋଇଥିଲେ ପରିବାର ଏବଂ ଦୁହିଁଙ୍କର ବିବାହ ହେଲା ।
ତେବେ ଦଶ ବର୍ଷ ଯାଏଁ ସେମାନଙ୍କ ବୈବାହିକ ଜୀବନ ଟିକଠାକ ଚାଲିଥିଲା । ସେମାନଙ୍କର ୪ଟି ସନ୍ତାନ ମଧ୍ୟ ଅଛନ୍ତି । ସାଥିରେ ରୁହନ୍ତି ପୁରା ପରିବାର ।
ତେବେ ଭାରତରେ ରହି ୧୦ ବର୍ଷ ଭିତରେ ପାକିସ୍ତାନର ଗୁଲଜାର ଭାରତର କରିଥିଲା ଆଧାର କାର୍ଡ । ପରିବାରରେ ସମସ୍ତଙ୍କର ପାସପୋର୍ଟ ବି ହୋଇଗଲା । ଏହାପରେ ଯେତେବେଳେ ଗୁଲଜାର ନିଜ ଦେଶ ପାକିସ୍ତାନ ଯିବା ପାଇଁ ଏୟାରପୋର୍ଟରେ ପହଂଚିଥିଲା, ସେହି ସମୟରେ ତାକୁ କରାଯାଇଥିଲା ଗିରଫ ଏବଂ ପଚରାଉଚୁରା ହେଲା । ଯାଂଚ ବେଳେ ଜଣାପଡିଥିଲା କି ସେ ପାକିସ୍ତାନୀ । ଏହାପରେ ତାକୁ ପଠାଯାଇଥିଲା ଜେଲ । ଗୁଲଜାର ବିରୋଧରେ ପାସପୋର୍ଟ ଆକ୍ଟ ସମେତ ଅନ୍ୟ ଧାରାରେ ରୁଜୁ ହେଲା ମାମଲା । ଆଗକୁ ଏହି ମାମଲାରେ କଣ ଅପଡେଟ ଆସୁଛି ଏବେ କେବଳ ତା ଉପରେ ସମସ୍ତଙ୍କ ନଜର ।

