26.7 C
Odisha
Friday, April 24, 2026

ପୋଷା କୁକୁରର ମୃତ୍ୟୁ ପାଇଁ ସୁରକ୍ଷାକର୍ମୀ ସସପେଣ୍ଡ !

ଦର୍ଶକବନ୍ଧୁ ଆଜିକାଲି ଘରେ କୁକୁର ରଖିବା ଏକ ସଉକ ହୋଇଗଲାଣି । ମଧ୍ୟବିତ୍ତ ପରିବାରଠୁ ଆରମ୍ଭ କରି ବଡ ବଡିଆ ଲୋକେ ଘରେ ସଉକ ପାଇଁ ରଖୁଛନ୍ତି କୁକୁର । ସେମାନଙ୍କର ଯତ୍ନ ବି ସେମିତି ନିଅନ୍ତି । ମଣିଷଙ୍କ ଭଳି ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟର ଦେଖାଶୁଣା କରାଯାଏ । ହେଲେ ଅନେକ ସମୟରେ ଆପଣ ଦେଖିଥିବେ ଏହି କୁକୁରମାନଙ୍କୁ ନେଇ ଅନେକ ଦୟନୀୟ ଚିତ୍ର । ଯେମିତିକି, ଘରେ ଯଦି କାହାର ପୋଷା କୁକୁରଟି କେଉଁ କାରଣ ପାଇଁ ମରିଯାଏ ମାଲିକ ତାକୁ ଦିନିରାତି ଝୁରୁଥାଏ । ସାମନ ଭାବେ ଯଦି ମାଲିକର କିଛି ହେଇଯାଏ କୁକୁରକୁ ତା ମାଲିକକୁ ଝୁରେ । ବାସ୍ତବରେ ଆଜିର ଯୁଗରେ ମଣିଷମାନେ ଯେତିକି ବିଶ୍ୱସ୍ତ ନୁହଁନ୍ତି କଥା କହିପାରୁନତିବା ଏ ପଶୁ କିନ୍ତୁ ଭାରି ବିଶ୍ୱସ୍ତ । ଏନେଇ ଅନେକ ପ୍ରକାର ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିଥିବେ । ଏହି ପରିପ୍ରେକ୍ଷୀରେ ଜଣେ ଜଜ୍ ବି ନିଜ କୁକୁରର ମୃତ୍ୟୁ ପରେ ଭାଙ୍ଗିପଡିଥିବା ଖୂର ଏବେ ସାମ୍ନାକୁ ଆସିଛି ଏବଂ ଏହା ପଛର କାରଣ କିଏ ତହା ବି ସେ ଦର୍ଶାଇଛନ୍ତି ।
ଦିଲ୍ଲୀ ହାଇକୋର୍ଟର ପୂର୍ବତନ ଜଜ୍ ଓ ବର୍ତମାନର କଲିକତା ହାଇକୋର୍ଟ ଜଜ୍ ଜଷ୍ଟିସ ଗୌରାଙ୍ଗ କଣ୍ଟଙ୍କ ଏକ ଚିଠି ଏବେ କାଫି ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ଏ ଚିଠି ଟି ଲେଖାଯାଇଛି ଦିଲୀ ପୁଲିସ ଜଏଣ୍ଟ କମିଶନରଙ୍କୁ । ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ପୁଲିସ କର୍ମୀଙ୍କ ଦାୟିତ୍ୱହୀନତା ଯୋଗୁଁ ତାଙ୍କର ପୋଷା କୁକୁରର ଦେହାନ୍ତ ହୋଇଛି । ଅବଶ୍ୟ ଏହି ଚିଠି ଜୁନ ୧୨ ତାରିଖର । ମାତ୍ର ଏବେ ଏହା ସାମ୍ନାକୁ ଆସିବା ସହ ସୋସିଆଲ ମିଡିଆରେ ହେଉଛି ବେଶ୍ ଭାଇରାଲ । ତେବେ କହିବାକୁ ଗଲେ ଏହି ଚିଠି ସେତେବେଳେ ଲୋକଲୋଚନକୁ ଆସିଛି, ଯେତେବେଳେ ସିଜେଆଇ ଜଜମାନଙ୍କୁ ସରକାରୀ ସୁବିଧାର ସଠିକ ଭାବେ ବ୍ୟବହାର କରିବାକୁ ଦେଇଛନ୍ତି ପରାମର୍ଶ ।
ଚିଠି ହିସାବରେ, ଜଷ୍ଟିସ ଗୌରାଙ୍ଗ କହିଛନ୍ତି, ‘ମୁଁ ଏହି ଚିଠି ଅତି ଯନ୍ତ୍ରଣା ଓ ଦୁଃଖର ସହ ଲେଖୁଛି । ମୋ ସରକାରୀ ଆବାସରେ ସୁରକ୍ଷାରେ ନିୟୋଜିତ ଥିବା ପୁଲିସକର୍ମୀଙ୍କ ଦାୟିତ୍ୱହୀନତା କାରଣ ପାଇଁ ମୁଁ ନିଜର ପୋଷା କୁକୁରକୁ ହରାଇଛି । ବାରମ୍ବାର କବାଟ ବନ୍ଦ ରଖିବାକୁ କହିବା ପରେ ବି ମୋ ବଙ୍ଗଳାରେ ନିୟୋଜିତ ସୁରକ୍ଷାକର୍ମୀ ମୋ ନିର୍ଦେଶକୁ ପାଳନ କରିବା ଏବଂ ନିଜ କର୍ତବ୍ୟ କରିବାରେ ବିଫଳ ରହିଛନ୍ତି । ସେମାନଙ୍କ ପାଇଁ ଆଜି ପ୍ରାଣ ହାରିଛି ମୋ କୁକୁର ।
୍ଣତେବେ ଏତିକିରେ ସରିନି ତାଙ୍କ ଲେଖା । ସେ ଆଗକୁ ଆହୁରି ମଧ୍ୟ ଲେଖିଛନ୍ତି ସୁରକ୍ଷାକର୍ମୀଙ୍କ ପାଇଁ ଆଗକୁ ମୋ ବାସଭବନରେ ଆହୁରି କିଛି ଅଘଟଣ ମଧ୍ୟ ଘଟିପାରେ । ନିଜ ସୁରକ୍ଷାକୁ ନେଇ ଏବେ ମୁଁ ଚିନ୍ତାରେ । ମୋ ବଙ୍ଗଳା ଉପରେ ନଜର ନ ରଖିବା ଏବଂ ଏଣ୍ଟ୍ରି ଗେଟ ଉପରେ ନଜର ନ ରଖିବା କଥା ଅସହନୀୟ । ମୁଁ ନିବେଦନ କରୁଛି, ସେହି ପୁଲିସ କର୍ମୀଙ୍କୁ ତୁରନ୍ତ ସସପେଣ୍ଡ କରାଯାଉ’ ।
ତେବେ କହିରଖିବୁ ଯେ, ୧୪ ଜୁଲାଇରେ ଆଲ୍ଲାହାବାଦ ହାଇକୋର୍ଟର ଜଣେ ଜଜ୍ ରେଳ ବିଭାଗର କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ସେ ରେଳ ବିଭାଗ ତରଫରୁ ଜଳପାନ ସମେତ ଅନ୍ୟ ସୁବିଧା ନମିଳିବା ପ୍ରସଙ୍ଗ ଉପରେ ମାଗିଥିଲେ ଜବାବ । ଏହି ପତ୍ର ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହାପରେ ଚିଫ୍ ଜଷ୍ଟିସ୍ ଡି ଓାଇ ଚନ୍ଦ୍ରଚୂଡ ବି ନାରାଜ ଥିବା ପ୍ରକାଶ କରିଥିଲେ । ସେ ସମସ୍ତ ଜଜଙ୍କୁ କହିଥିଲେ କି, ପ୍ରୋଟୋକଲ ହିସାବରେ ମିଳୁଥିବା ସୁବିଧା ସୁଯୋଗ ଉପରେ ଜଜମାନଙ୍କର ବିଶେଷ ଅଧିକାର ନାହିଁ । ସେମାନଙ୍କୁ ମିଳୁଥିବା ସରକାରୀ ସୁବିଧାର ବ୍ୟବହାର ଦ୍ୱାରା କାହାକୁ ହାନି ନ ପହଂଚିବା ଦରକାର ।
ତେବେ ଦର୍ଶକବନ୍ଧୁ ଏ ଖବର ଉପରେ ଆପମଙ୍କ ମତାମତ କଣ । ବାସ୍ତବରେ ସୁରକ୍ଷାକର୍ମୀଙ୍କ ପଇଁ ଗୋଚିଏ ନିରୀହ ପଶୁର ପ୍ରାଣଚାଲିଯିବା କେତେଦୂର ଠିକ ନିଜ ମନ୍ତବ୍ୟ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ