25.9 C
Odisha
Saturday, March 7, 2026

ଚନ୍ଦ୍ରରେ ଚୀନର ଦାଦାଗିରି

ଦର୍ଶକବନ୍ଧୁ ଏବେ ପୁରା ବିଶ୍ୱ ଚନ୍ଦ୍ରକୁ ଯିବା ଅଭିଯାନ ଜାରି ରଖିଛନ୍ତି । ନିକଟରେ ଭାରତ ମଧ୍ୟ ଲଂଚ କରିଛି ଚନ୍ଦ୍ରଯାନ ୩ । ହେଲେ ଏହାରି ଭିତରେ ଚୀନ ବି ଫାଷ୍ଟ କରିଚି ନିଜର ମୁନ୍ ମିଶନ ।
ଆପଣମାନେ ତ ଜାଣିଥିବେ ଚୀନର ଗୋଟିଏ ପୁରୁଣା ଅଭ୍ୟାସ ରହିଛି, ଅନ୍ୟ ଜାଗାକୁ ନିଜ କବଜାରେ ନେବା । ହେଲେ ଏବେ ଚୀନର ଏହି ଇଚ୍ଛା ସ୍ପେସ ଯାଏଁ ବଢିଲାଣି । ଗତ କିଛି ବର୍ଷ ମଧ୍ୟରେ ଚୀନ ବିଶ୍ୱର ସ୍ପେସ ପ୍ରୋଗ୍ରାମରେ ଜଣେ ବଡ ପ୍ଲେୟାର ଭାବେ ଉଭାନ ହୋଇଚି । ବର୍ତମାନ ସମୟରେ ଚାଇନା ସ୍ପେସ ଏକ୍ସପ୍ଲୋରେସନ ଓ ସଂସାଧନ କ୍ଷେତ୍ରରୁ କରୁଛି ପ୍ରତିଯୋଗୀତା ।
ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ବି କହିସାରିଛନ୍ତି କି, ଏ ବିଶାଳ ବ୍ରହ୍ମାଣ୍ଡର ଠିକଣା ଖୋଜିବା, ଅନ୍ତରିକ୍ଷ ଉଦ୍ୟୋଗର ବିକାଶ କରିବା ଓ ଚୀନକୁ ଏକ ଅନ୍ତରୀକ୍ଷ ଶକ୍ତି ବନାଇବା ଆମର ସାତ ସ୍ୱପ୍ନ ହୋଇ ରହିଛି । ଦେଖିବାକୁ ଗଲେ ଅନ୍ତରୀକ୍ଷ ସ୍ୱପ୍ନ ଚୀନକୁ ମଜଭୂତ କରିବା ସ୍ୱପ୍ନର ଏକ ଅଂଶ କହିଲେ ହୁଏତ ଭୁଲ ହେବନି ।
ଅନ୍ତରୀକ୍ଷ ଥିମ ବିଶିଷ୍ଟ କାଫେ ଏବଂ ଅନ୍ତରୀକ୍ଷ ଯାତ୍ରୀଙ୍କ ମୂର୍ତ୍ତୀ ଏବେ ଦେଶରେ ସାଧାରଣ ହେବାକୁ ଲାଗିଛି । ଚୀନର ଲକ୍ଷ୍ୟ ୨୦୩୦ ଯାଏଁ କିମ୍ବା ତା ପୂର୍ବରୁ ଚନ୍ଦ୍ର ଉପରେ ନିଜର ଅନ୍ତରୀକ୍ଷ ଯାତ୍ରୀ ଓହ୍ଲାଇବା । ଚନ୍ଦ୍ରପୃଷ୍ଠରେ ଏକ ଭିନ୍ନ ଖଣିଜର ସନ୍ଧାନ କରି ଚୀନ ପୂର୍ବରୁ ହିଁ ଏହି ରେସରେ କରିସାରିଛି ପ୍ରଗତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯେ, ଅନ୍ୟର ଜିନିଷକୁ ନିଜର କହୁଥିବା ଚୀନ କ’ଣ ଅନ୍ତରୀକ୍ଷରେ ବି କିଛି ଏମିତି କରିବ ? ଏମିତି ନ ହେଉ କି, ଚନ୍ଦ୍ରକୁ ଯିବା ପରେ ସେଠି ବି ସେ ନିଜର ଦାବି କରୁ ।
୍ଣସପଟେ ଚନ୍ଦ୍ରକୁ ପୁଣି ଥରେ ମନୁଷ୍ୟଙ୍କୁ ପଠାଇବାର ମିଶନ ଏବେ ଆମେରିକାର ବି ଚାଲିଛି । ହେଲେ ସବୁଠୁ ବଡ ଚିନ୍ତା ଅଛି ଚୀନକୁ ନେଇ । ବିଶେଷଜ୍ଞଙ୍କ କହିବା କଥା ହେଲା ଯେ, ଚୀନ ନାଗରିକ ଓ ସୈନ୍ୟ ସ୍ପେସ ପ୍ରୋଗ୍ରାମ ମଧ୍ୟରେ ପାର୍ଥକ୍ୟର ହ୍ରାସ ହେବା ଏବଂ ଏକତରଫା ନିଷ୍ପତି ନେବା ପ୍ରକ୍ରିୟା ଅନ୍ତରୀକ୍ଷରେ ଚିନ୍ତାର କାରଣ ହୋଇପାରେ ।
ହେଲେ ଏସବୁ ଭିତରେ ସବୁଠୁ ମହତ୍ୱରପୂଣ୍ଣ ର୍ ଏହା ଯେ, କାହିଁକି ସମସ୍ତେ ଏବେ ଚାନ୍ଦକୁ ଯିବାରେ ବ୍ୟସ୍ତ । କଣ ରହିଛି ଚନ୍ଦ୍ରରେ ? ବାସ୍ତବରେ କହିବାକୁ ଗଲେ ଚନ୍ଦ୍ର ଦୁର୍ଲଭ ଖଣିଜ ପଦାର୍ଥରେ ଭରି ହୋଇ ରହିଛି । ଏହା ଭିତରୁ ହିଲିୟମ-୩ ଏକ ଏମିତି ଆଇସୋଟୋପ, ଯାହାକୁ ଲୋକେ ଭବିଷ୍ୟତର ଉତ୍ସ ବୋଲି ମାନୁଛନ୍ତି । ଏହାବାଦ ଚନ୍ଦ୍ରମାରେ ୧୦ ଲକ୍ଷ ମେଟ୍ରିକ ଟନରୁ ଅଧିକ ହିଲିୟମ-୩ ମହଜୁଦ ମଧ୍ୟ ଥାଇପାରେ । ଯାହାକୁ ନଜର ଅନ୍ଦାଜ କରାଯାଇପାରିବନି ।

ତେବେ ଦୁନିଆର ଅଧିକାଂଶ ଦେଶ ଅନ୍ତରୀକ୍ଷ ସହ ଜଡିତ କୌଣସି ପ୍ରୋଜେକ୍ଟକୁ ମିଳିତ ଭାବେ କରନ୍ତି । ହେଲେ ଯଦି କେଉଁ ଦେଶର ସ୍ପେଶ ଏଜେନ୍ସି କିଛି ନୂଆ ସନ୍ଧାନ କରେ, ତଥାପି ଏସବୁକୁ ଅନ୍ୟ ଏଜେନ୍ସିଙ୍କ ସହ ସେୟାର କରେ । ମାତ୍ର ଚୀନ କିନ୍ତୁ ପୁରାପୁରି ଓଲଟା । ଅନେକଥର ଚୀନର ରକେଟ ଅନିୟନ୍ତ୍ରିତ ହୋଇଛି ଏବଂ କିଛି ଦେଶ ପାଇଁ ସାଜିଛି ବିପଦର କାରଣ । ହେଲେ ସବୁପରେ ବି ଆଜି ପର୍ଯ୍ୟନ୍ତ ଚୀନ ଏ ସଂପର୍କିତ କୌଣସି ତଥ୍ୟ ସେୟାର କରିନାହିଁ ।
ତେବେ ଦର୍ଶକବନ୍ଧୁ ଚୀନର ମୁନ୍ ମିଶନକୁ ନେଇ ଆପଣଙ୍କୁ କଣ ଲାଗୁଛି ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ