ଦର୍ଶକବନ୍ଧୁ ଏବେ ଏବେ ବାହା ହୋଇଛନ୍ତି ବହୁଚର୍ଚ୍ଚିତ ସାରଥୀଙ୍କ ପାଳିତ ପୂଅ ସତ୍ୟମ ରାଉଲ । ଯାହାକୁ ନେଇ ହଇଚଇ ଆରମ୍ଭ ହୋଇଥିଲା । କାରଣ ସମସ୍ତେ ଭାବୁଥିଲେ କି, ସତ୍ୟମଙ୍କ ବାହାଘରକୁ ଆସିବେ ସାରଥୀ । ହେଲେ ସେମିତି କିଛି ହେଲା ନାହିଁ । ଆସିନଥିଲେ ସାରଥୀ । ହେଲେ ଏବେ ସତ୍ୟମଙ୍କ ବିବାହକୁ ନେଇ ଆସିଛି ଏକ ଅପଡେଟ୍ ।
ସାରଥୀଙ୍କ ପୁଅ ସତ୍ୟମ୍ ର ବାହାଘରକୁ ନେଇ ଯେତିକି ଚର୍ଚ୍ଚା ହେଉ ନଥିଲା ତାଙ୍କ ବୋହୂ ପିନ୍ଧିଥିବା ହାରକୁ ନେଇ ହେଉଛି ଅଧିକ ଚର୍ଚ୍ଚା । କାରଣ ସାରଥୀଙ୍କ ବୋହୂ ବେକରେ ଥିଲା ୯୦ ଲକ୍ଷ ଟଙ୍କାର ହୀରା ହାର । ସତ୍ୟମଙ୍କ ବାହାଘରରେ ସାରଥୀ ସାମିଲ ହୋଇ ନଥିଲେ ମଧ୍ୟ ବନ୍ଧୁ ପରିଜନ ସମସ୍ତେ ସାମିଲ ହୋଇଥିଲେ। ସତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି ପହଞ୍ଚି ଥିଲେ କନ୍ୟା ଘର ନିକଟରେ । ରାସ୍ତାରେ କିଛି ଲୋକ ସତ୍ୟମଙ୍କ ସହ ସେଲ୍ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ସେପଟେ ଯଦି ସାରଥୀ ଙ୍କ କଥା କହିବା, ତେବେ ସେ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ହେଉଛି ।
ସାରଥୀ ବାବା ଓରଫ ସନ୍ତୋଷ ରାଉଳ । କେନ୍ଦ୍ରପଡା ବାରିମୂଳରେ ଆଶ୍ରାମ କରି ବାବା ସାରଥୀ ବେଶ ଲୋକ ପ୍ରିୟ ଥିଲେ । ବାବାଙ୍କ କୁହାଳିଆ ପ୍ରବଚନ ଲକ୍ଷ ଲକ୍ଷ ଭକ୍ତଙ୍କୁ କରିଥିଲା କେନ୍ଦ୍ରାପଡା ମୁହାଁ । ବାବାଙ୍କ ହାତରୁ ବିଭୂତି ଆଉ ପାଦରେ ଝରୁଥିଲା ମହୁ । ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ସେ ଲୋକଙ୍କୁ ଆଚମ୍ବିତ କରାଉଥିଲେ । ଯାହା ଦ୍ୱାରା ମାତ୍ର କିଛି ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭଗଦବାନ ପାଲଟି ଯାଇଥିଲେ ସନ୍ତୋଷ ରାଉଳ । ବାରିମୂଳ ଆଶ୍ରମରେ ପ୍ରତି ଗୁରୁବାର ଚାଲିଲା ବାବାଙ୍କ ପ୍ରବଚନ । ବଡ ବଡ ନେତା ଅଭିନେତା ଓ ଅଧିକାରୀ ବି ବାବାଙ୍କ ଶରଣ ପସିଥିଲେ । ସବୁ ଠିକ ଠାକ ଚାଲିଥିଲା । ହେଲେ ହଠାତ ଦିନେ ବାବାଙ୍କର ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲର ସାରଥୀଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପେରେ ସବୁ କିଛି ଓଲଟ ପାଲଟ ହୋଇଗଲା । ସାରଥୀ ବାବାଙ୍କ ପ୍ରକୃତ ରୂପ, ବାସ୍ତବତା ଜାଣିବାକୁ ପାଇଥିଲେ ଲୋକେ ।
୨୦୧୫ ଅଗଷ୍ଟ ୭ ତାରିଖରେ ଜଣେ ଯୁବତୀ ଥାନାରେ ଅଭିଯୋଗ କଲା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ପରେ ଅଗଷ୍ଟ ୮ରେ ପୋଲିସ, ଆଶ୍ରମରୁ ଉଠାଇ ଆଣି ଆରମ୍ଭ କଲା ତଦନ୍ତ । ଅର୍ଥ ନୈତିକ ତଦନ୍ତ ପରେ ଖୋଲିଲା ବାବା ସାରଥୀଙ୍କର କଳା ସାମ୍ରାଜ୍ୟର କାହାଣୀ । ବାବାଙ୍କ ପୁତ୍ର ସତ୍ୟମଙ୍କୁ ବି ଗିରଫ କରିଥିଲା ଏବଂ ପରେ ଆଶ୍ରମକୁ ସିଲ କରି ଦିଆଯାଇଥିଲା ।

